ଜିତେନ୍ଦ୍ର କୁମାର ମହାନ୍ତି, ଏମିତି ବି ପୁରା ହୁଏ ସ୍ୱପ୍ନ…

ଚିଲିକା ତଟ, ସମୁଦ୍ର କୂଳ, ରାଜଧାନୀର ବ୍ୟସ୍ତ ବହୁଳ ସହର । ସବୁଠି ରହିଛି ତାଙ୍କ ଉପସ୍ଥିତି ଓ ପରିଚୟ । ଆମେ କହୁଛୁ ହୋଟେଲ ସ୍ୱସ୍ତି ଗ୍ରୁପର ସଫଳତାର କାହାଣୀ । ଜିତେନ୍ଦ୍ର କୁମାର ମହାନ୍ତି । ଶିଳ୍ପ ଜଗତରେ ଜେ କେ ମହାନ୍ତି ଭାବେ ବେଶ ଜଣାଶୁଣା । ସ୍ୱସ୍ତି ଗ୍ରୁପର ସିଏମଡି ।

ପୁରୀ ସମୁଦ୍ର କୂଳରେ ଗ୍ରାହକଙ୍କୁ ମନୋରଞ୍ଜନ ଓ ପର୍ଯ୍ୟଟନର ନୂଆ ଉପହାର ଦେବାକୁ ଯାଉଛି ସ୍ୱସ୍ତି ହୋଟେଲ । ବିସ୍ତୀର୍ଣ୍ଣ ବେଳାଭୁମି କୂଳରେ ତିଆରି କରିବାକୁ ଯାଉଛି ପଞ୍ଚ ତାରକା ବା ଫାଇଭ ଷ୍ଟାର ହୋଟେଲ । ୨୦୨୪ ସୁଦ୍ଧା ପର୍ଯ୍ୟଟକ ପାଇବେ ଏହାର ମଜା । ଏଥିପାଇଁ ମିଳି ସାରିଛି ସରକାରୀ କ୍ଲିୟରାନ୍ସ ।

ନିଜର ସେବା, ସୁବିଧା ଓ ସ୍ୱାଦିଷ୍ଟ ଖାଦ୍ୟ ପାଇଁ ପରିଚିତ ସ୍ୱସ୍ତି ହୋଟେଲ । କରୋନା କାଳରେ ବି ଏହି ହୋଟେଲ ସରକାରଙ୍କୁ ବଢ଼ାଇଥିଲା ସହଯୋଗର ହାତ । ସବ ବେଳେ ଗ୍ରାହକଙ୍କୁ ସର୍ବୋତ୍କୃଷ୍ଟ ସୁବିଧା ଦେବା ହେଉଛି ସ୍ୱସ୍ତି ଗ୍ରୁପ ମୁଖିଆ ଜେ କେ ମହାନ୍ତିଙ୍କ ଲକ୍ଷ୍ୟ । ସେଥିପାଇଁ ତ ଆଜି ହୋଟେଲ ଆଣ୍ଡ ହସ୍ପିଟାଲିଟି ଶିଳ୍ପରେ ସେ ସମସ୍ତଙ୍କ ପାଇଁ ଉଦାହରଣ ।

ହେଲେ ଆପଣ ଏହି ସଫଳ ଶିଳ୍ପପତିଙ୍କ ସଙ୍ଘର୍ଷର କାହାଣୀ ଶୁଣିଲେ ତାଜୁବ ହୋଇଯିବେ । ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା ସ୍ୱସ୍ତି ହୋଟେଲ । ସେତେବେଳେ ଜେ କେ ମହାନ୍ତିଙ୍କ ମାଆ ଲକ୍ଷେ ଟଙ୍କାରେ ତାଙ୍କ ସୁନାଗହଣା ବନ୍ଧା ପକାଇ ପୁଅକୁ ଦେଇଥିଲେ ଆର୍ଥିକ ସହାୟତା । ଆଉ ଆଜି ପ୍ରାୟ ତିନି ଦଶନ୍ଧି ଭିତରେ ନିଜ ମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ଜେ କେ ମହାନ୍ତି । ତାଙ୍କ ପିତାଙ୍କ ଠାରୁ ସେ ପାଇଛନ୍ତି କଠିନ ପରିଶ୍ରମର ଗୁୁରୁମନ୍ତ୍ର । ସେଥିପାଇଁ ତ ଆଜି ବ୍ୟବସାୟ ଜଗତରେ ସଫଳତାର ସେ ଉଦାହରଣ ।

ବିଏ ପାଠ ପଢ଼ା ପରେ ସେ ଆମେରିକାରୁ ସେଲ୍ସ ଓ ମାର୍କେଟିଂର ପାଠ ପଢ଼ିଥିଲେ । ଏହାପରେ ହୋଟେଲ ବ୍ୟବସାୟରେ ମନ ବଳାଇଲେ । ନିଜ ନିଷ୍ଠା ଓ ଦକ୍ଷତା ବଳରେ ଆଜି ସେ ସଫଳତାର ଶୀର୍ଷରେ ପହଁଚିଛନ୍ତି ।ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନରେ ସେ ସମ୍ମାନୀତ । ଜେ କେ ମହାନ୍ତି ଭାରତୀୟ ହୋଟେଲ ଆସୋସିଏସନର ସମ୍ପାଦକ ହେବା ସହ ରାଜ୍ୟ ହୋଟେଲ ଆସୋସିଏସନର ଗୌରବମୟ ପଦ ପାଇଛନ୍ତି । ଆଜି ବି ସାରା ବିଶ୍ୱରେ ହୋଟେଲ ମ୍ୟାନେଜମେଣ୍ଟ ଉପରେ ଗବେଷଣା କରୁଥିବା ସ୍କଲାରଙ୍କ ପାଇଁ ସେ ଜଣେ ଉଦାହରଣ ଓ ପ୍ରେରଣା ।

ଅଭିନ୍ନ ଆଶୁତୋଷ ଶତପଥୀଙ୍କ ରିପୋର୍ଟ ଦ ଇଣ୍ଟରଭ୍ୟୁ ଟାଇମ୍ସ ।

Related Blog